ଶ୍ରୀ ଜଗନ୍ନାଥ; ଢ଼ମାଳି ଗୀତ:
( ୧)
ଟିଣା ଜଡ଼ାତେଲ କିଣା କାହାଳି
ଜଗନ୍ନାଥିଆର ହାତ ନାହିଁ ବୋଲି
କହିଲା କିଏ ସେ କାହାର ଶାଳୀ
ଉପରମୁହିଁକୁ ପଚାରିବି କାଲି
କାହା ବୋପା ଦେଲା ବନ୍ଧୁକୁ ଥାଳି?
(୨)
କେମ୍ପା ବାଡ଼ି ସାରା ଡେଙ୍ଗା ସେପେଟା
ଜଗନ୍ନାଥିଆର ଗୋଡ଼ ନାହିଁ ବୋଲି
କହିଲା କିଏ ସେ ଅଇଁଠାଚଟା
ସେ କି ଜାଣିନି ଯୁଝ ଯୁଝିବାକୁ
କାଞ୍ଚି ଯାଇଥିଲା କୋଉ ଲୋକଟା?
(୩)
ପିପିଲି ଶେଜକୁ ଉତ୍ତରା ଖଟ
ଜଗନ୍ନାଥିଆର ପାଟି ନାହିଁ ବୋଲି
କହିଲା କିଏ ସେ ତେଲିଙ୍ଗୀ ଖଣ୍ଟ
ବକତେ ଭାତ ତା ଷାଠିଏ ପଉଟି
ତାକୁ ଅଣ୍ଟୁନାହଁ ସାହିରେ ବାଣ୍ଟ ??
(୪)
ବଡ଼ବଡୁଆକୁ ଗଡ଼ଗଡୁଆ
ଜଗନ୍ନାଥିଆକୁ ଆଖି ବୁଜି ଦେଖ
ଜଣା ପଡିଯିବ କେତେ କାଢୁଆ???
(୫)
ଯାଇ ନାହିଁ ବୋଲି ବଣିଆ ଗଳି
ଗେରସ୍ତ ସଙ୍ଗେ କି କରିବି କଳି
କାଳିଆ ବଳିଆ ଦୁଇ ପୁଅ ମୋର
ମୋ ନଙ୍ଗଳା ବେକର ଦୁଇଟି ମାଳି????
ସଂଗ୍ରହ ଓ ଉପସ୍ଥାପନା: ଶରଣାରବିନ୍ଦ ଓଝା ( ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ)
ଜଗନ୍ନାଥ ସଂସ୍କୃତି ଏକ ମହାନ ବିଶାଳ ପ୍ରାଚୀନ ସଂସ୍କୃତି, ଏବେ ମଧ୍ୟ ଅନେକ ଅଜଣା ଅକୁହା କଥା ରହିଛ ଏହି ବିଶାଳ ସଂସ୍କୃତିକୁ ନେଇ ଯାହା ଲୋକ ଲୋଚନକୁ ଆସିବା ଉଚିତ. ଯାହାକି ବୀର କଳିଙ୍ଗ ଚାନେଲ କରୁଛନ୍ତି. ତେଣୁ ହୃଦୟରୁ ଧନ୍ୟବାଦ ଏହାର କର୍ମ କର୍ତ୍ତା ମାନଙ୍କୁ 🙏ଏବଂ ଶରଣାବିନ୍ଦ ମହାଶୟଙ୍କୁ ଏମିତି ଆମକୁ ନୂଆ ନୂଆ ପୁରୁଣାକଥା ଜଣାନ୍ତୁ 🙏🙏ଧନ୍ୟବାଦ 🙏🙏