ପର୍ବତମାଳାର ଶିଖର ଦେଶରେ ମଣିନାଗ ଦୁର୍ଗାଙ୍କ ଏକ ଛୋଟ ମନ୍ଦିର l ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ଏହି ସ୍ଥାନ l ପର୍ବତମାଳାର ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ଦୁଇଶହ ଅନଚାସ ଫୁଟ ଓ ଦୁଇଶହ ଅଠସ୍ତରି ଫୁଟ ଉଚ୍ଚରେ ଅଛନ୍ତି l ଏହି ପର୍ବତମାଳା ଓଡ଼ିଶାର ଦାରିଙ୍ଗବାଡି. ଦେଓମାଳୀ ଏବଂ କେରଳର “କୁନୁର ” ସ୍ଥାନର ଭ୍ରମ ସୃଷ୍ଟି କରୁଥିବା ପର୍ଯ୍ୟଟକ କହିଛନ୍ତି l ନୟାଗଡ଼ ଜିଲ୍ଲା ରଣପୁର ଉପର ମଣିନାଗର ଦୃଶ୍ୟ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି l ପ୍ରାକୃତିକ ପରିବେଶରେ କୁତ୍ରିମ ଛିଟା ଲାଗିବା ପରେ ବଦଳିଛି ପରିବେଷ ଦୃଶ୍ୟ l ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ l କାହିଁ କେଉଁ ସ୍ଥାନରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ, ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ l ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼ର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବାନ୍ଧି ରଖିଥାଏ l ଯୁଆଡ଼େ ଦେଖିବେ ଚାରିଆଡେ ସୁଉଚ୍ଚ ପର୍ବତମାଳା l ରଣପୁର ଉପର ମଣିନାଗକୁ ପ୍ରଶସ୍ତ ପିଚୁ ରାସ୍ତା ହେବା ପରେ ବଦଳିଯାଇଛି ଏଠାକାର ଅପରୂପ ସୌନ୍ଦର୍ଯ୍ୟ l ଡ୍ରେନ କ୍ୟାମେରା ଲେନ୍ସରେ ଏହି ସ୍ଥାନଟି କଏଦ ହେବା ପରେ ଏହା ପବନ ବେଗରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା l ପରେ ଏଠାକୁ ପୂର୍ବାପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲା l ପୂର୍ବରୁ ଏଠାକୁ ଚାଲି ଚାଲି ବିପଦପୂର୍ଣ୍ଣ ଭାବେ ଯିବାକୁ ପଡୁଥିଲା ମାତ୍ର ଏବେ କେଇ ମିନିଟରେ ପାହାଡ଼ର ଶୀର୍ଷରେ ପହଞ୍ଚି ଯାଉଛନ୍ତି ପର୍ଯ୍ୟଟକ l ଧୀରେ ଧୀରେ ରାସ୍ତା ହେବା ପରେ ଏହି ସ୍ଥାନଟି ଏବେ ନୂଆ ରୂପ ପାଇଛି l କୋଳାହଳରେ ପରିପୂର୍ଣ୍ଣ ହେଉଛି l ଏଠାକୁ ଏବେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି l ପାହାଡ଼ ଉପରେ ପହଂଚୁ ପହଂଚୁ କିଏ ସେଲ୍ଫି ନେଉଛି ତ ପୁଣି କିଏ ପ୍ରକୃତିକୁ ନିଜକୁ ସେଥିରେ ଭିଜେଇ ଦେଉଛି l ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି l ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି l ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ l ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ l ପାହାଡ଼ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ଆରାଧ୍ୟ୍ୟ ଦେବି ମା ମଣିନାଗ l ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯(ଉଣିଶହ ଅଣଚାଳିଶ) ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି l ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନର ବେଷ୍ଟ ଅଫସନ ଆଉ କିଛି ନ ହୋଇପାରେ l
ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।