ମଣିଷ ଆପଣା ଧନପର, ଯେତେ ପାରୁଛ ମଣିଷ ଧର ବୋଲି ବାଣୀର ଉଦ୍ୟକ୍ତା ଦାଶିଆ ଅଜା ପାଠଗାର ଆନ୍ଦୋଳନର ପ୍ରମୂଖ ପୁରୋଧା । ଦାଶିଆ ଅଜା ତଥା ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ ତାରିଖ ଦିନ ନୟାଗଡ଼ ନିକଟସ୍ଥ ଚାହାଳୀ ପଞ୍ଚାୟତର ରାଇପୁର ଗ୍ରାମରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ୧୯୨୨ରେ ରାଇପୁରରୁ ନୂଆଗାଁ ଠାରୁ ୪ କିଲୋମିଟର ଉଦୟପୁରକୁ ଆସି ଏହାକୁ ନିଜର କର୍ମଭୂମୀ ରୂପେ ପରିଚିତ ହୋଇଥିଲା । ଆଜି ପ୍ରବାଦପୁରୁଷ ଦାଶରଥିଙ୍କ ପାଇଁ ଏକ ମହାନ ପୀଠ ଜାତୀୟ ତୀର୍ଥ କ୍ଷେତ୍ରରେ ପରିଣତ ହୋଇପାରିଛି । ଦାଶରଥି ନିଜର ପାରିବାରିକ ଆର୍ଥିକ ବିଡ଼ମ୍ବନା ପରିସ୍ଥିତି ଦୃଷ୍ଟିରୁ ଚାଟଶାଳୀରେ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଚଳିବାକୁ ଏଠି ସେଠି ସବୁଆଡ଼େ ବୁଲିଲେ । ବିଭିନ୍ନ ଆଡ଼େ ଚାକିରି ପାଇଁ ବୁଲି ଚାଲିଲେ । ନିଜର ପ୍ରାରମ୍ଭିକ ଜୀବନରେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୋଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରି ଶେଷରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଭାବରେ ସରକାରଙ୍କଠାରୁ କୌଣସି ଭା ଗ୍ରହଣ କରିନଥିବା ଦାଶରଥି ନିଜ ଜୀବନ ଅପରାହ୍ନରେ ୧୯୫୦ ମସିହାଠାରୁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜ ଶରୀରରୁ ରକ୍ତ ନିଗାଡ଼ି, ଖଣ୍ଡିଏ ଗାମୁଛା ପିନ୍ଧି ଓ ଖଣ୍ଡିଏ ଗାମୁଛା ମୁଣ୍ଡରେ ଠେକାବାନ୍ଧି କାନ୍ଧରେ ଏକ ଝୁଲାମୁଣି ଓହଳାଇ ସମଗ୍ର ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାର ଘରଦ୍ୱାର ବୁଲି ବୁଲି ପାଦରେ ଚାଲି ଚାଲି ରାଜ୍ୟ ଓ ଦେଶବାସୀଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ଏବଂ ଗ୍ରାମାଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଓ ଦେଶ ବିଦେଶ ପାଠକ, ଗବେଷକମାନଙ୍କ ପାଇଁ ଗବେଷଣା ତଥ୍ୟ ଯୋଗାଇ ଦେବା ସହ ଓଡ଼ିଶାର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର ଏବଂ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ପାଇଁ କାର୍ଯ୍ୟ କରିଥିଲେ । ସାଧକ ଦାଶରଥି ନିଜର ଏକନିଷ୍ଠ ସାଧନାରେ ୩ ଗୋଟି ମହାନ ସଂସ୍ଥାନ ଗଢ଼ିଉଠିଥିଲା । ୧୯୫୯ରେ ବାଞ୍ଛାନିଧି ପାଠାଗାର, ୧୯୭୩ରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଓ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ଅନୁଷ୍ଠାନ ଗଢ଼ିଥିଲେ । ପାଠାଗାରକୁ ୧୯୫୯ରେ ରମାଦେବୀ ଉଦ୍ଘାଟନ କରିଥିଲେ । ୧୯୯୫ରେ ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟ ଗଠିତ ହେଲା । ୧୯୯୬ରେ ପ୍ରଫେସର ଡଃ. ବିକ୍ରମ ଦାଶ ଚନ୍ଦ୍ରମଣ୍ଡଳ ପଥର, ରୂପା ସୁନା ପଥର ଆମେରିକାରୁ ଆଣି ଦାଶରଥିଙ୍କୁ ଉପହାର ଦେଇଥିଲେ । ଦାଶରଥିଙ୍କ ବିବାହ ୧୯୪୦ ମସିହାରେ ଖାଲମନା ଗ୍ରାମରେ ହୋଇଥିଲା । ଏହି ମହାନ କାର୍ଯ୍ୟରେ ନିଜ ସ୍ତ୍ରୀ ପୌଷମାସୀ ଦେବୀ ନିଜ ଦାମ୍ପତ୍ୟ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ନିଜେ ସମର୍ପି ଦେଇଥିଲେ ଦାଶରଥିଙ୍କ ସୁଦୀର୍ଘ ସଂସ୍କୃତି ଯାତ୍ରାରେ । ଏହି ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ପୁରାତନ ଓ ଆଧୁନିକ ୨୫୫୦ ପ୍ରକାରର ପୁସ୍ତକ, ୪୦ ହଜାର ବିରଳ ପୁସ୍ତକ, ୩୮ଟି ଭାଷାର ଅଭିଧାନ ସମେତ ୬୫ ହଜାର ପତ୍ର ପତ୍ରିକା ଏବଂ ବିଭିନ୍ନ ପ୍ରକାରର ପୁରାତନ ଏବଂ ଆଧୁନିକ ସମ୍ବାଦପତ୍ରମାନ ସଂଗୃହୀତ ହୋଇ ରହିଛି । ସଂଗ୍ରହାଳୟରେ ୧ ହଜାର ୫ ଶହ ପୁରାତନ ତାଳପତ୍ର ପୋଥି ଏବଂ ଚିତ୍ରପୋଥି ସମେତ ଆଦିମ ଯୁଗଠାରୁ ର୍ବମାନ ଯୁଗ ପର୍ଯ୍ୟନ୍ତ ଦେଶ ବିଦେଶର ବହୁ ପ୍ରାଚୀନ ସ୍ୱର୍ଣ୍ଣ, ରୌପ୍ୟ, ତାମ୍ରମୁଦ୍ରା, ପୁରାତନ ଯୁଗର ଅସ୍ତ୍ରଶସ୍ତ୍ର, ଦେଶ ବିଦେଶର ଖଣି ସମ୍ପଦର ଉପାଦାନ, ବିଭିନ୍ନ କାଠ ସାମଗ୍ରୀ ଚାରୁଶିଳ୍ପର ବହୁ ପୁରାତନ ଓ ନୂତନ ର୍ମୂି, ଚିତ୍ର, ପଟ୍ଟଚତ୍ର କାଠ, କାର୍ପାସ, କାଗଜ, ବାଉଁଶ ଓ ବିଭିନ୍ନ ଧାତୁର ଅନେକ ହସ୍ତଶିଳ୍ପ, ପ୍ରାଗ୍ ଐତିହାସିକ ପ୍ରସ୍ତର ଯୁଗର ବିଭିନ୍ନ ପ୍ରକାରର ର୍ମୃିକ ସିଲ୍, ଆଦିବାସୀ ସଭ୍ୟତାର ବେଶ ପୋଷାକ, ଅଳଙ୍କାର ତଥା ଅନ୍ୟାନ୍ୟ ଉପାଦାନ, ସଙ୍ଗୀତ ଯନ୍ତ୍ରପାତି, ଦେଶ ବିଦେଶର ଅନେକ ପ୍ରକାର ଡାକଟିକଟ, ମହାପୁରୁଷ ସାଧୁସନ୍ଥମାନଙ୍କର ଜନ୍ମାମାଟି, ପାଣି ଓ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦାର୍ଥ, ଅଗଣିତ ଫଟୋଚିତ୍ର, ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ୟ, ତୈଳବୀଜର ନମୁନା, ଅନେକ ଫଳଫୁଲର ପ୍ରାକୃତିକ ନମୁନା, ବିଭିନ୍ନ ଦେଶର ମାନଚିତ୍ର, ପୁରାତନ ଯୁଗର ମାପ ଓ ଓଜନର ଏକକମାନ, କମଣ୍ଡଳ ପଥର, ବିଭିନ୍ନ ପ୍ରକାରର ଦୀପ ଓ ମାଟିପାତ୍ର, ଚେରମୂଳ ତଥା ଲତା ଗୁଳ୍ମ, ରାଜା ରାଜୁଡ଼ା ଅମଳର ଦସ୍ତାବିଜ, ଅମୂଲ୍ୟ ଚିଠିପତ୍ର ଏପରିକି ଦୁର୍ମୁଲ୍ୟ ପଦାର୍ଥମାନ ସଂଗ୍ରହାଳୟରେ ୪୦ ଗୋଟି ବିଭାଗରେ ସଂଗୃହିତ ହୋଇ ରହିଛି । ଏହି ମହାପୁରୁଷଙ୍କ ଶେଷ ଜୀବନ ଅତ୍ୟନ୍ତ ଦୁଃଖମୟଥିଲା । ଦିନେ ଦେଖିଲାବେଳକୁ ହାତରେ ବାଡ଼ି ନଥିଲା । ଗାମୁଛାରେ ଖଣ୍ଡିଏ ଚିଠି ସହ ଲଙ୍ଗଳା ଦେହଟା ଗାଁ ପାଖ କୁଅ ପାଣିରେ ଭାସୁଥିଲା । କେହି ଦେଖିପାରିଲେ ନାହିଁ, କେହି ଜାଣିପାରିଲେନି ଲଙ୍ଗଳା ଫକିରର ପୁଙ୍ଗୁଳା କଥା । ସତକୁ ସତ ତାଙ୍କ କବିତା ତାଙ୍କ ପାଇଁ ସତ ହୋଇଗଲା । ତାଙ୍କର କବିତା-
“କେହି ନଜାଣିବେ କେହି ନଦେଖିବେ ନକାନ୍ଦିବେ ଥରେ କେହି-
ଚାଲିଯିବି ଏକା, ଏତିକି ମାଗୁଣି ତୁମ୍ଭନାମ ଗାଇ ଗାଇ ।”
One Reply to “ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶିଆ ଅଜା।”
Comments are closed.
Deepak,you know me well and came to my quarter for pin code directory. Now I am retired one.If any necessity pl. Call me.9437262060(Brother of Ambika Prasad Das ex Tahasildar,Nayagarh.)