ମହାଶିବରାତ୍ରିରେ ଜାଣନ୍ତୁ ଗତିକେଶ୍ବର ମହାଦେବଙ୍କ କଥା |

ପବିତ୍ର ମହାଶିବରାତ୍ରିରେ ଆସନ୍ତୁ ବୁଲିଯିବା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ, ଯେଉଁଠାରେ ଦେବଦେବ ମହାଦେବ ପୂଜା ପାଉଛନ୍ତି ଗତିକେଶ୍ବର ନାମରେ।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ମଣିନାଗ ରଣପୁର।

ପର୍ବତମାଳାର ଶିଖର ଦେଶରେ ମଣିନାଗ ଦୁର୍ଗାଙ୍କ ଏକ ଛୋଟ ମନ୍ଦିର l ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ଏହି ସ୍ଥାନ l ପର୍ବତମାଳାର ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ଦୁଇଶହ ଅନଚାସ ଫୁଟ ଓ ଦୁଇଶହ ଅଠସ୍ତରି ଫୁଟ ଉଚ୍ଚରେ ଅଛନ୍ତି l ଏହି ପର୍ବତମାଳା ଓଡ଼ିଶାର ଦାରିଙ୍ଗବାଡି. ଦେଓମାଳୀ ଏବଂ କେରଳର “କୁନୁର ” ସ୍ଥାନର ଭ୍ରମ ସୃଷ୍ଟି କରୁଥିବା ପର୍ଯ୍ୟଟକ କହିଛନ୍ତି l ନୟାଗଡ଼ ଜିଲ୍ଲା ରଣପୁର ଉପର ମଣିନାଗର ଦୃଶ୍ୟ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି l ପ୍ରାକୃତିକ ପରିବେଶରେ କୁତ୍ରିମ ଛିଟା ଲାଗିବା ପରେ ବଦଳିଛି ପରିବେଷ ଦୃଶ୍ୟ l ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଜାବୁଡ଼ି ଧରିଛି ଉପର ମଣିନାଗ l କାହିଁ କେଉଁ ସ୍ଥାନରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ, ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ l ସୁଉଚ୍ଚ ପର୍ଵତରୁ ସୁନ୍ଦର ଐତିହାସିକ ସହର ରଣପୁରଗଡ଼ର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବାନ୍ଧି ରଖିଥାଏ l ଯୁଆଡ଼େ ଦେଖିବେ ଚାରିଆଡେ ସୁଉଚ୍ଚ ପର୍ବତମାଳା l ରଣପୁର ଉପର ମଣିନାଗକୁ ପ୍ରଶସ୍ତ ପିଚୁ ରାସ୍ତା ହେବା ପରେ ବଦଳିଯାଇଛି ଏଠାକାର ଅପରୂପ ସୌନ୍ଦର୍ଯ୍ୟ l ଡ୍ରେନ କ୍ୟାମେରା ଲେନ୍ସରେ ଏହି ସ୍ଥାନଟି କଏଦ ହେବା ପରେ ଏହା ପବନ ବେଗରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା l ପରେ ଏଠାକୁ ପୂର୍ବାପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲା l ପୂର୍ବରୁ ଏଠାକୁ ଚାଲି ଚାଲି ବିପଦପୂର୍ଣ୍ଣ ଭାବେ ଯିବାକୁ ପଡୁଥିଲା ମାତ୍ର ଏବେ କେଇ ମିନିଟରେ ପାହାଡ଼ର ଶୀର୍ଷରେ ପହଞ୍ଚି ଯାଉଛନ୍ତି ପର୍ଯ୍ୟଟକ l ଧୀରେ ଧୀରେ ରାସ୍ତା ହେବା ପରେ ଏହି ସ୍ଥାନଟି ଏବେ ନୂଆ ରୂପ ପାଇଛି l କୋଳାହଳରେ ପରିପୂର୍ଣ୍ଣ ହେଉଛି l ଏଠାକୁ ଏବେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି l ପାହାଡ଼ ଉପରେ ପହଂଚୁ ପହଂଚୁ କିଏ ସେଲ୍ଫି ନେଉଛି ତ ପୁଣି କିଏ ପ୍ରକୃତିକୁ ନିଜକୁ ସେଥିରେ ଭିଜେଇ ଦେଉଛି l ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବତାଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି l ଦୀର୍ଘ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି l ସେହିଭଳି ବର୍ଷା ପରେ ଏବଂ ସକାଳର ଘନ କୁହୁଡି ପର୍ବତମାଳାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ l ଯୁବ ପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ଆଉ ସେଲ୍ଫି ପଏଣ୍ଟ ସାଜିଛି ଉପର ମଣିନାଗ l ପାହାଡ଼ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ଆରାଧ୍ୟ୍ୟ ଦେବି ମା ମଣିନାଗ l ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯(ଉଣିଶହ ଅଣଚାଳିଶ) ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି l ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନର ବେଷ୍ଟ ଅଫସନ ଆଉ କିଛି ନ ହୋଇପାରେ l

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଲଙ୍କାପୋଡ଼ି ଯାତ୍ରା, ଦଶପଲ୍ଲା ନୟାଗଡ଼ | 

ଦେଖନ୍ତୁ ଓଡ଼ିଶା ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଦଣ୍ଡ ନାଚ କାହିଁକି କରାଯାଏ ?

ଦଣ୍ଡ ନାଚ କାହିଁକି କରାଯାଏ,ୟା ପଛରେ କି ରହସ୍ୟ ରହିଛି।

ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।