Loading Events

« All Events

  • This event has passed.

Let’s Celebrate Chhena poda Divas

April 11, 2023 @ 10:00 am - 2:30 pm

ଛେନାପୋଡ଼ ଦିବସ।

ଓଡ଼ିଶାର ଏକ ନିଆରା ମିଠା ହେଉଛି ଛେନାପୋଡ଼ । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ପ୍ରସ୍ତୁତ ଏକ ମିଠା । ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ । ଏହା ପ୍ରଥମେ ଓଡ଼ିଶାର ନୟାଗଡ଼ ଜିଲାରେ ବାରଶହ ଶତାବ୍ଦୀରେ ଜନ୍ମ ନେଇଥିଲା । ସୁଦର୍ଶନ ସାହୁ ନାମକ ଜଣେ ଗୁଡ଼ିଆ ଦିନେ ରାତିରେ ବଳକା ଛେନାରେ ଗୁଡ଼ ମିଶାଇ ତାହାକୁ ସାରାରାତି ଚୁଲି ଉପରେ ରଖିଦେଇଥିଲେ, ଯାହା ତାହା ପର ଦିନ ସକାଳେ ଛେନାପୋଡ଼ର ରୂପ ନେଇଥିଲା । ଆନନ୍ଦର କଥା ୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଅଛି ।

ଏହି ବର୍ଷ ମଧ୍ୟ ଅପ୍ରେଲ ୧୧ ତାରିଖ (ମଙ୍ଗଳବାର) ଦିନ “ନୟାଗଡ଼ ବିକାଶ ମଞ୍ଚ” ଦ୍ବାରା ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ କରାଯାଉଅଛି ଛେନାପୋଡ଼ ଦିବସ। ଏହି ବର୍ଷ ଛେନାପୋଡ଼ ଦିବସର ଶ୍ଲୋଗାନ ହେଉଛି “ନୟାଗଡ଼ ଦରବ, ଓଡ଼ିଶାର ଗରବ”। ଆପଣମାନେ ଆସନ୍ତୁ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତୁ।

 

   Contact us to promote your Event.
 Call – 89840 12608 (whatsApp)

Details

Organizer

Venue

  • Jayadev Bhavan
  • Ashok Nagar,Bhubaneswar,Khordha
    Bhubaneswar, Odisha 751009
    + Google Map