ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
Tag: Jagannath
ପଞ୍ଚୁକ ବ୍ରତ କଥା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ବାଳ ଧୂପର କାହାଣୀ

ବୀରଗୋବିନ୍ଦପୁର ଦକ୍ଷିଣକାଳୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ରାଧା ଦାମୋଦର ବେଶ

ତୁଳସୀ ଉପାସନା।

କାର୍ତ୍ତିକ ମାହାତ୍ମ୍ୟ

କୃଷ୍ଣଲୀଳାର ଶତାୟୁ ସାଧକ ଗୁରୁ ଗୋପିନାଥ ସ୍ବାଇଁ।
ଏଇ ବୟସରେ ବି ବାର୍ଦ୍ଧକ୍ୟ ତାଙ୍କୁ ରୋକି ପାରିନାହିଁ । ୧୦ ବର୍ଷରୁ ୧୦୭ ବର୍ଷ, କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ନିଜକୁ କରିଛନ୍ତି ସମର୍ପିତ। ଅନେକ ଶିଷ୍ୟଙ୍କୁ ତିଆରି କରିଛନ୍ତି ସେ, ସେମାନଙ୍କ ମଧ୍ୟରୁ ଅନେକ ଆଜି ଗୁରୁ ହୋଇ ପ୍ରଚାର ପ୍ରସାର କରୁଛନ୍ତି ଓଡ଼ିଶାର ପାରମ୍ପାରିକ ଲୋକକଳା କୃଷ୍ଣଲୀଳା। କିନ୍ତୁ ସେ ଯେ କୃଷ୍ଣଲୀଳା ଗୀତର ଜଣେ କିମ୍ବଦନ୍ତୀ ପୁରୁଷ ତାହାକୁ ସ୍ବୀକାର କରିବାକୁ ପ୍ରତିଟି ଓଡ଼ିଆ ବାଧ୍ୟ।
ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ଗୋପାଳ ଲଉଡି ଖେଳ।
ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ।
ଉତ୍କଳୀୟ ପରମ୍ପରା ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପ୍ରଥମାଷ୍ଟମୀ ପର୍ବ ପାଳନ କରାଯାଏ । ଅତୀତରେ କେତେକଙ୍କ ମତରେ ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଉତ୍କଳୀୟ ପରମ୍ପରା ଅନୁସାରେ ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି। ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ ।