ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର |  

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଯଦୁମଣି ରହସ୍ୟ |

ପଣ୍ଡିତଙ୍କ ବୁଦ୍ଧି ପରୀକ୍ଷା |

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଯଦୁମଣି ରହସ୍ୟ: ଛାମୁ ଯାହା ଦେଲେ ହରଷେ।

ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ। ଦିନ ପରେ ଦିନ ଅତିବାହିତ ହେଲା। ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ। ଏପରି ଭାବରେ ବର୍ଷଟିଏ ଚାଲିଗଲା। ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢ଼ିପ ଜମି ଖଣ୍ଡିଏ ଲେଖିଦେଲେ। ଜମି ଦେଖିବାକୁ ଯାଇ ଯଦୁମଣି ହତାଶ ହୋଇ ଫେରିଲେ। ଯେଉଁ ଜମି ତାଙ୍କୁ ଦିଆଯାଇଥିଲା, ତାହା ବହୁକାଳରୁ ପତିତ ହୋଇ ପଡ଼ିଥିଲା। ସେଥିରେ କୋଡ଼ିଏ ପଚିଶ ବର୍ଷ ଧରି କେହି ଫସଲ କରି ନଥିଲେ। ବହୁକାଳ ପୂର୍ବେ କନ୍ଧ କେତେ ଘର, ତାହା ଫସଲ ଲାଗି ତିଆରି କରି ଫସଲ ନ ହେବାରୁ ଛାଡ଼ି ପଳାଇଥିଲେ।
ଯଦୁମଣି ଗୋଟାଏ କିଏ ? ତାକୁ ପୁଣି ଜମି ନିଷ୍କର ଜାଗିରରେ ଦିଆଯିବ, ଏହା ବେବର୍ତ୍ତା ପଟ୍ଟନାୟକ ଏକା କୁହନ୍ତି, ରାଜକର୍ମଚାରୀ କେହି ଜଣେ ହେଲେ ସହିପାରିଲେ ନାହିଁ। ତେଣୁ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ରୀତିରେ ତାଙ୍କୁ ଜମି ଖଣ୍ଡିକର ଲେଖା ଦିଆଗଲା। ଦାରିଦ୍ର୍ୟ ନିପୀଡ଼ିତ ଯଦୁମଣି ସେ ଜମି ବା ନେଇ କ’ଣ କରିବେ ? ତେଣୁ ସେ ଏକାନ୍ତ ଅସନ୍ତୁଷ୍ଟ ହୋଇ ରାଜାଙ୍କୁ ଲେଖି ଗୋଟିଏ କବିତାରେ ଜଣେଇଲେ :

ଛାମୁ ଯାହା ଦେଲେ ହରଷେ
କରଣ ତା’ କଲେ ବରଷେ
ବାଛି ବାଛି କରି ଦେଲେ ପଡ଼ିଆ
ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ
ଏମନ୍ତ ସେ ଭୂଇଁ
ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।

ରାଜା ଏ କବିତା ପାଠକରି କ୍ରୋଧରେ ଅଜ୍ଞାନ ହୋଇ ବେବର୍ତ୍ତାଙ୍କୁ ଡକାଇ ତିରସ୍କାର କରିବାରୁ, ତୁରନ୍ତ ଉତ୍କୃଷ୍ଟ ବାହଲମଡ଼ା ଭୂସମ୍ପତ୍ତି ଖଣ୍ଡିଏ ଉକ୍ତ ଢିପ ଜମି ବଦଳରେ ତାଙ୍କୁ ଦିଆଗଲା। ବେବର୍ତ୍ତା ଏହା ଫଳରେ ଦୀର୍ଘ ତିନି ମାସ ଧରି ଛାମୁଁ ମନା ହୋଇ ରହିଲେ।