ପଣା ସଂକ୍ରାନ୍ତିର ବିଶେଷତ୍ଵ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- ‘ଙ’ ଚମ୍ପୂ | 

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

କର୍ମ ସିଦ୍ଧାନ୍ତ କୁ ନେଇ ବେଦରେ ପୃଥକ ମତବାଦ ଅଛି କି ?

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ମହାପ୍ରଭୁ ଦେଲା ବେଳେ ଦୁଇଗୁଣା କରିଦିଅନ୍ତି | 

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- ‘ଝ’ ଚମ୍ପୂ |

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଭିନ୍ନ ଓ ଅଭିନ୍ନ ଭାବର ସମନ୍ୱୟ ହେଉଛି ଦ୍ବୈତାଦ୍ବୈତ ଦର୍ଶନ।

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ସତସଙ୍ଗର ମହିମା କ’ଣ? 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- ‘ବ’ ଚମ୍ପୂ | 

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ବ୍ରହ୍ମଙ୍କ ଠାରୁ ସୃଷ୍ଟି ହେଲେ ମଧ୍ୟ ଜଗତ୍ ଓ ଜୀବାତ୍ମା ଭିନ୍ନ କାହିଁକି ?

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଶ୍ରୀମନ୍ଦିର ରେ ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟ କ’ଣ?