virkalinga

କଳିଙ୍ଗ, ଉତ୍କଳ ବା ଓଡ଼ିଶା ଭାରତର ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟ ଭାଷାରେ ଓ ବୀରତ୍ବରେ ବିଶେଷ ଭାବରେ ସମୃଦ୍ଧ। ସେଥିପାଇଁ ତ ଅଳଙ୍କାର ଶାସ୍ତ୍ରରେ କୁହାଯାଇଛି “କଳିଙ୍ଗାଃ ସାହସିକାଃ”। ଏହା ଛଡ଼ା ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି, ଓ ପରମ୍ପରା ଦ୍ବାରା ପରିପୂର୍ଣ୍ଣ ଆମର ଏ ରାଜ୍ୟ। ଆମ ଏହି ବୀର କଳିଙ୍ଗ ମାଟିର ବୀର ପୁଅର ବଳିଦାନର ଗାଥା ତଥା କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟର କଥା କହିବୁ ଆମେ ଏଇ ବୀର କଳିଙ୍ଗ ମାଧ୍ୟମରେ।
ଓଡ଼ିଶାର ମାନସପଟ୍ଟରେ କବି ପଣ୍ଡିତଗଣଙ୍କୁ ବଞ୍ଚେଇବା ଓ ତାଙ୍କର ସାହିତ୍ୟ କୃତିକୁ ଜୀବନ୍ତ କରି ରଖିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣି ଜାନି ଯାତ୍ରାକୁ ବିଶ୍ବାଭି ମୁଖି କରିବା ପାଇଁ ଆମେ ଅଙ୍ଗିକାରବଦ୍ଧ।

ବୀର କଳିଙ୍ଗ କ’ଣ କରେ?

ଓଡ଼ିଶାର ଐତିହ୍ୟ, କଳା,ସାହିତ୍ୟ,ସଂସ୍କୃତି ଓ ପରମ୍ପରା ଭିତ୍ତିକ କଥା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜାନିଯାତ ଓ ଭାଗବତର ରହସ୍ୟମୟ କଥାକୁ ଆମେ ଭିଡିଓ ମାଧ୍ୟମରେ ବରେଣ୍ୟ ପ୍ରବକ୍ତାଙ୍କ ଦ୍ବାରା ଉପସ୍ଥାପନା କରୁ। ଏଥି ସହିତ ଲେଖା ମାଧ୍ୟମରେ ମଧ୍ୟ ଉପସ୍ଥାପନା କରୁ।

ବୀର କଳିଙ୍ଗର ଉଦ୍ଦେଶ୍ୟ ?

ଓଡ଼ିଆଙ୍କ ପୂର୍ବସୁରୀ ମାନେ ଏ ମାଟିର ବୀର ସନ୍ତାନ। ପୂର୍ବସୁରୀଙ୍କର ପାରଙ୍ଗମତା ଓ ବୀରତ୍ବର କଥା ସଠିକ୍ ଢଙ୍ଗରେ ଉତ୍ତରଦାୟଦ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବିସ୍ମୃତି ଗର୍ଭରେ ବିଲୁପ୍ତ ହୋଇଯାଉଥିବା ଅନେକ ପ୍ରତିଭାଙ୍କୁ ଖୋଜି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିବା ବୀର କଳିଙ୍ଗର ମୁଖ୍ୟ ଉଦ୍ଦେଶ୍ୟ।

ଆମେ କେଉଁ ସାମାଜିକ ଗଣମାଧ୍ୟମ ଉପଲବ୍ଧ?

ଆମେ ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଭଳି ଅଗ୍ରଣୀ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ।

ଆମ ୟୁଟ୍ୟୁବ ଚ୍ୟାନେଲ- https://youtube.com/channel/UCcwk8ksvdoadzX0EsQvlEeg

ଆମ ଇନଷ୍ଟାଗ୍ରାମ – https://instagram.com/virkalinga

ଆମ ଫେସବୁକ ପେଜକୁ- https://www.facebook.com/virkalinga/

ଆମ ଟୁଇଟର- https://twitter.com/KalingaVir

ଆମକୁ ମେଲ୍ କରନ୍ତୁ- virkalinga@gmail.com

ଶେଷ

ଆମର ପ୍ରୟାସ ସଫଳରେ ରୂପାନ୍ତରିତ ହେବ ଯେତେବେଳେ ଆପଣ ଆମ ଭିଡିଓ ଦେଖି କିମ୍ବା ଲେଖା ପଢିବେ।
ଆମେ ଆମ ଭିଡିଓ ବା ଲେଖା ମାଧ୍ୟମରେ କାହାରିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆଘାତ ଦେବାକୁ ଚାହୁଁନାହୁଁ।

Share if you Care