କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- ‘ବ’ ଚମ୍ପୂ | 

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ବ୍ରହ୍ମଙ୍କ ଠାରୁ ସୃଷ୍ଟି ହେଲେ ମଧ୍ୟ ଜଗତ୍ ଓ ଜୀବାତ୍ମା ଭିନ୍ନ କାହିଁକି ?

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଶ୍ରୀମନ୍ଦିର ରେ ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟ କ’ଣ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଓଡ଼ିଶାରେ ଦୋଳପର୍ବ ପାଳନ।

ଦୋଳପର୍ବ ଓଡ଼ିଶାରେ ଫାଲ୍’ଗୁନ ମାସ ଶୁକ୍ଳପକ୍ଷ ଦଶମୀ(ଫଗୁ ଦଶମୀ) ଠାରୁ ଆରମ୍ଭ ହୋଇ ଦଶ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଦୋଳପର୍ବ ଆମ ଦେଶର ବିଭନ୍ନ ପ୍ରଦେଶରେ ମହା ସମାରୋହରେ ପାଳନ କରାଯାଏ।ଦୋଳପର୍ଵ କେତେ ପ୍ରାଚୀନ ତାହା ଠିକ୍ ଭାବରେ କହିବା ସମ୍ଭବ ନୁହେଁ। ତଥାପି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରୁ ଏହା ଦେଶର ବିଭନ୍ନ ସ୍ଥାନରେ ପାଳିତ ହୋଇ ଆସିବାର ପ୍ରମାଣ ରହିଛି।କିଛି ଗଵେଷକଙ୍କ ମତରେ ପଦ୍ମପୁରାଣ, ସ୍କନ୍ଦ ପୁରାଣ, ହରିଭକ୍ତ ବିଳାସ, ବ୍ରହ୍ମାଣ୍ଡ ପୁରାଣ, ଗୋପାଳ ଓଗାଳ, ଋତୁ ସଂହାର, ଚନ୍ଦ୍ରକାୟା, ଲିଙ୍ଗପୁରାଣ ଓ ଶତାନନ୍ଦ ସଂଗ୍ରହ ଇତ୍ୟାଦି ଗ୍ରନ୍ଥମାନଙ୍କରେ ‘ଅନଙ୍ଗୋତ୍ସଵ’ ଵା ଦୋଳୋତ୍ସବ କଥା ବର୍ଣ୍ଣନା କରାଯାଇଛି। ସବୁଠାରୁ ସ୍ପଷ୍ଟ ଭାବରେ ଶତାନନ୍ଦ ସଂଗ୍ରହରେ ଦୋଳ ଉତ୍ସଵ କଥା ବର୍ଣ୍ଣିତ ହୋଇଥିଵା ଜଣାଯାଏ । ଆମ ଓଡ଼ିଶାରେ ରାଜଦୋଳ ବା ଦୋଳପୁନେଇଁ, ପଞ୍ଚୁଦୋଳ, ଛଅଦୋଳ, ସାତଦୋଳ, ନଅଦୋଳ, ଦଶଦୋଳ ଇତ୍ୟାଦି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ପ୍ରକାରର ଦୋଳୋତ୍ସଵ ପାଳିତ ହୋଇଥାଏ।
ପ୍ରତ୍ୟେକ ଓଡିଆର ପ୍ରାଣକେନ୍ଦ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦୋଳୋତ୍ସଵ ମହାସମାରୋହରେ ପାଳନ କରାଯାଏ। ଦୋଳଗୋବିନ୍ଦ,ଶ୍ରୀଦେବୀ ଏବଂ ଭୂଦେବୀଙ୍କର ଚଳନ୍ତି ପ୍ରତିମା ମାନଙ୍କୁ ଦୋଳବେଦୀକୁ ନେଇ ସେବାୟତମାନେ ସେଠାରେ ସେମାନଙ୍କର ରଙ୍ଗୋତ୍ସବ ପାଳନ କରନ୍ତି।ତାହାର ଅନୁକରଣରେ ଓଡିଶାର ପୁରପଲ୍ଲୀରେ ରାଧା-କୃଷ୍ଣଙ୍କୁ ବିମାନରେ ନେଇ ଗ୍ରାମ ପରିକ୍ରମଣ ସଙ୍ଗେ ସଙ୍ଗେ ଭୋଗଲାଗି ଏବଂ ରଙ୍ଗ ଉତ୍ସବ ପାଳନ କରାଯାଏ।ଦୋଳଯାତ ପଡ଼ିଆରେ ଠାକୁରମାନଙ୍କ ବିମାନ ରଖାଯାଇ ପୂଜାର୍ଚ୍ଚନା କରାଯାଏ ଏବଂ ସେହି ସ୍ଥାନ ଯାତ୍ରା ପଡିଆରେ ପରିଣତ ହୋଇଯାଏ।ଏହି ସମୟରେ ନୂତନ ପାଞ୍ଜି ପଠନ ଏବଂ ଗଉଡ଼ବାଡି ଖେଳ ଓ ପାଇକ ଖେଳ ଆଦିର ଆୟୋଜନ କରାଯାଇଥାଏ ।

ପଶ୍ଚିମ ଭାରତରେ ‘ହୋଲିକା ଦହନ’ ପ୍ରଥା ପ୍ରଚଳିତ ଏଵଂ ଉତ୍ତର ଭାରତର ‘ଅବିର ଖେଳ’ ପ୍ରଥା ପ୍ରଚଳିତ। ପୂର୍ଵ ଭାରତରେ, ଵିଶେଷତଃ ଓଡ଼ିଶାର ଦୋଳୋତ୍ସଵରେ ଏହି ଦୁଇ ପ୍ରଥାର ସମନ୍ଵୟ ଦେଖିବାକୁ ମିଳେ। ଓଡ଼ିଶାରେ ଫାଲ୍’ଗୁନ ଶୁକ୍ଳ ଦଶମୀ ଠାରୁ ଆରମ୍ଭ କରି ଏହି ଦଶଦିନର ଉତ୍ସବକୁ “ବସନ୍ତୋତ୍ସବ” ଭାବରେ ପାଳନ କରାଯାଉଛି। ଦୋଳପୂର୍ଣ୍ଣିମାର ସନ୍ଧ୍ୟାରେ ଗାଁ ମୁଣ୍ଡରେ ଅଗି ପୋଡା ବା ଅଇଘରା ପାଳନ କରାଯାଏ।ଦୋଳ ପୂର୍ଣ୍ଣମୀ ବାସି ଦିନ ହୋଲି ଖେଳରେ ବର୍ଣ୍ଣନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି। ପରସ୍ପର ଦେହରେ ଫଗୁ ରଙ୍ଗ ବୋଳି ପିଚକାରୀରେ ପରସ୍ପର ଉପରେ ବିଭିନ୍ନ ରଙ୍ଗ ପକାଇ ଥାଆନ୍ତି। ଏହି ମିଳନ ଉତ୍ସବରେ ପୂର୍ବରୁ ଥିବା ପାରସ୍ପରିକ ମନୋମାଳିନ୍ୟ ଦୂର ହୋଇଯାଏ ଏବଂ ଭାଇଚାରା ସୃଷ୍ଟି ହୁଏ। ଅନେକ ଗ୍ରାମରେ ବିଭିନ୍ନ ଧର୍ମ ନିର୍ବିଶେଷରେ ମଧ୍ୟ ଲୋକେ ହୋଲିଖେଳର ଆନନ୍ଦ ଉପଭୋଗ କରନ୍ତି।

ଉତ୍ତର ଭାରତରେ ପୂର୍ଣ୍ଣମୀ ଦିନ ‘ଛୋଟ ହୋଲି’ ଉତ୍ସବ ପାଳନ କରାଯାଏ।ଛୋଟ ହୋଲି ପାଳନ ସମୟରେ ଲୋକମାନେ ପରସ୍ପରକୁ ଫଗୁ ରଙ୍ଗ ଲଗାଇ କୋଳାଗ୍ରତ କରନ୍ତି।ପୂର୍ଣମୀ ପରଦିନ ‘ବଡ଼ ହୋଲି’ ବା ମୁଖ୍ୟ ହୋଲି ପାଳନ କରାଯାଏ। କେତେକ ସ୍ଥାନରେ ହୋଲି ପୂର୍ବଦିନ ‘ହୋଲିମିଳନ’ ପାଳନ କରାଯାଏ। ସାଇପଡିଶା, ବନ୍ଧୁ ବାନ୍ଧବ ଏବଂ ସାଙ୍ଗସୁଖଙ୍କ ଘରକୁ ଫଗୁ ଓ ମିଠା ନେଇ ଲୋକେ ଯାଇ ପାରସ୍ପରିକ ସୌହାର୍ଦ୍ଦ୍ୟ ବୃଦ୍ଧି କରନ୍ତି।କେତେକ ଅଞ୍ଚଳରେ ଏହି ହୋଲି ମିଳନ ପର୍ବ,ରଙ୍ଗଖେଳ ବାସିଦିନ ପାଳନ କରାଯାଇଥାଏ। ଉତ୍ତର ଭାରତର ଏହି ପ୍ରଥା ଧିରେ ଧିରେ ଆମ ପ୍ରଦେଶରେ ମଧ୍ୟ ପ୍ରଚଳିତ ହେବାକୁ ଲାଗିଲାଣି। ଏପରି ହୋଲିମିଳନର ମୂଳ ଉଦ୍ଦେଶ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାମାଜିକ ସୌହାର୍ଦ୍ଦ୍ୟ ଓ ଭାଇଚାରା ବଢ଼ାଇବା।

ହୋଲିକା ଦହନ/ଅଇଘରା

ତରୁଣ ଶବ୍ଦକୋଷ ଅଭିଧାନରେ ‘ଅଇଘରା’ ଅର୍ଥ ମାଘ ପୁନେଇଁ ବୋଲି ଉଲ୍ଲେଖ ଅଛି।ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଅଇଘରା’ ଶବ୍ଦର ଅର୍ଥ ବୁଝାଇବା ପାଇଁ ହୋଲିଖେଳ ଓ ‘ହୋଲିକାଦହନ’ ସମ୍ବନ୍ଧରେ ଟୀକା ରହିଛି ‌। ସେହି ଟୀକା ଅନୁଯାୟୀ ଓଡ଼ିଶାରେ ଫାଲ୍’ଗୁନ ପୂର୍ଣ୍ଣିମା ଦିନ ରାତିରେ ଗାଁ’ ମୁଣ୍ଡରେ କୁଟାକାଠି ଆଦି ଗଦା କରାଯାଇ ଅଗ୍ନି ଉତ୍ସଵ ହେଉଥିଲା ଏହି ନିଆଁ ଜଳାଇଵାକୁ ‘ଅଗିଜଳା’ କୁହାଯାଉଥିଲା । ତେବେ ଦୋଳପୂର୍ଣ୍ଣିମାର ପୂର୍ଵରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିଵା ପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ ପାଳନ କରାଯିଵା ଅଗ୍ନି ଉତ୍ସଵକୁ ମଧ୍ୟ ପୁରୀ ଆଦି କେତେକ ଅଞ୍ଚଳରେ “ଅଇଘରା” କୁହାଯାଉଥିଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଅଇଘରା” ଶବ୍ଦ ତଳେ ଦ୍ରଷ୍ଟଵ୍ୟରେ ଲେଖା ଯାଇଛି …

“ବୁଝିଵାକୁ ଗଲେ ଭାରତର ସର୍ଵତ୍ର ହୋଲି ଉତ୍ସଵ ଉପଲକ୍ଷରେ ଦୋଳପୂର୍ଣ୍ଣିମା ରାତିରେ ଓ କେଉଁକେଉଁଠାରେ ଦୋଳପୂର୍ଣ୍ଣିମାର ପୂର୍ଵ ରାତିରେ ଅଗ୍ନି ଉତ୍ସଵ କରାଯାଏ। ପୁରୀ ଜିଲ୍ଲା ବ୍ରାହ୍ମଣ ଶାସନମାନଙ୍କରେ ଦୋଳପୂର୍ଣ୍ଣିମା ପୂର୍ଵ ରାତିରେ ଗ୍ରାମର ଠାକୁର ଗ୍ରାମଦାଣ୍ଡରେ ପଟୁଆର କରି ଯିଵା ସମୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଘରସାମନାରେ ପହଞ୍ଚି ‘ଦ୍ୱାରଭୋଗ’ ଖାଆନ୍ତି ଓ ସେହି ସମୟରେ ପ୍ରତି ଗୃହସ୍ଥ ସେମାନଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଵା ବାଉଁଶ ‘ଅଗ’ରେ କୁଟା ଆଦି ଗୁଡ଼ାଇ ପୂର୍ଵରୁ ପୋତି ଥାଆନ୍ତି। ଦିଅଁ ଵିଜେ କଲାବେଳେ ଉକ୍ତ ହୁଳାରେ ସେମାନେ ନିଆଁ ଲଗାଇ ଦିଅନ୍ତି। ଦିଅଁ ଗ୍ରାମ ମୁଣ୍ଡରେ ପହଞ୍ଚିବାପରେ ସେଠାରେ ଗ୍ରାମଵାସୀଙ୍କଦ୍ୱାରା ସଂଗୃହୀତ କୁଟାର ଗୋଟିଏ ବଡ଼ ଗଦାରେ ନିଆଁ ଲଗାହୁଏ; ସେ ନିଆଁକୁ “ଅଇଘରା” କହନ୍ତି। ସେହି ଜଳୁଥିଵା ନିଆଁଗଦାକୁ ଦିଅଁ ପ୍ରଦକ୍ଷିଣ କରି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହୁଡ଼ନ୍ତି। କଟକ ଜିଲ୍ଲାରେ ଏହି ଅଗ୍ନି ଉତ୍ସଵକୁ “ମେଣ୍ଢାକୁଡ଼ିଆ ପୋଡ଼ି” ଓ ବାଲେଶ୍ୱରରେ ଏହାକୁ “ମେଣ୍ଢାଘର ପୋଡ଼ି” କହନ୍ତି। ବଙ୍ଗ ପ୍ରଦେଶରେ ଦୋଳପୂର୍ଣ୍ଣିମାର ପୂର୍ଵ ସନ୍ଧ୍ୟାରେ ଏହିପରି ଅଗ୍ନି ଉତ୍ସଵ ହୁଏ। ମାରୱ୍ବାଡ଼ିମାନେ ଦୋଳପୂର୍ଣ୍ଣିମା ପୂର୍ଵ ସନ୍ଧ୍ୟାଠାରୁ ଭୋର ପର୍ଯ୍ୟନ୍ତ କୁଟା, ଚିରା କନା, ଚିରା କାଗଜ ଓ କାଠ ଆଦି ଦାଣ୍ଡରେ ଜମା କରି “ଅଗି”(ଅଗ୍ନି) ଜାଳନ୍ତି।”

ବଙ୍ଗ ଦେଶରେ ମଧ୍ୟ ଦୋଳପୂର୍ଣ୍ଣିମାର ପୂର୍ଵ ସନ୍ଧ୍ୟାରେ ପ୍ରତି ଗୃହସ୍ଥଙ୍କ ଘର ଆଗରେ ଏବଂ ଗାଁ ମୁଣ୍ଡରେ “ଅଗି” ଜଳାଯାଏ। ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗ ଦାଣ୍ଡରେ ଗୋଟିଏ ଗବ ଗଛ ପୋତା ଯାଇ ତା ଉପରେ କୁଟା, ଚିରା କନା, ଓ ଘଷି ଆଦି ଜମା କରାଯାଇ ଅଗ୍ନି ଉତ୍ସବ ହୁଏ ଏଵଂ ରାତିସାରା ଲୋକେ ଆଦିରସାତ୍ମକ ଗୀତ ବୋଲି ନାଚନ୍ତି। ମାଡ୍ରାସ ଅଞ୍ଚଳରେ ଅଗ୍ନି ଉତ୍ସବ ହୁଏନାହିଁ, କିନ୍ତୁ ଗ୍ରାମଵାସୀମାନେ କୌତୁକରେ ପରସ୍ପର ସହିତ ଯୁଦ୍ଧ କରନ୍ତି। ଏହାକୁ ସେମାନେ “ମଦନ ଉତ୍ସବ” ଭାବରେ ପାଳନ କରନ୍ତି।

“ଅଗି ପୋଡା” ସମୟରେ ଲୋକେ ବାଇଗଣପୋଡ଼ା, ଆଳୁପୋଡା ଇତ୍ୟାଦି ପାଇଁ ‘ଅଇଘରା’ ନିଆଁଗଦା ଉପରକୁ କଞ୍ଚା ବାଇଗଣ ଓ ଆଳୁ ଫିଙ୍ଗନ୍ତି ଓ ନିଆଁ ଲିଭିଯିବା ପରେ ପାଉଁଶକୁ ଖେଳାଇ ଖୋଜାଖୋଜି କରି ପୋଡ଼ା ଆଳୁ ଓ ବାଇଗଣ ଉଦ୍ଧାର କରନ୍ତି। ତାହା ସହିତ ପଖାଳ ଭୋଜନ କରନ୍ତି।

ପୌରାଣିକ ମାନ୍ୟତା

ହୋଲି ପର୍ବ ସହିତ ରାକ୍ଷସ ରାଜା ହିରଣ୍ୟକଶିପୁଙ୍କର ଭଗ୍ନୀ ହୋଲିକାର ଦହନ କାହାଣୀ ମଧ୍ୟ ଯୋଡ଼ି ଦିଆ ଯାଇଛି।ସତ୍ୟ ଯୁଗରେ ରାକ୍ଷସ ରାଜା ହିରଣ୍ୟକଶିପୁଙ୍କର ପୁତ୍ର ପ୍ରହଲ୍ଲାଦ ପରମ ବିଷ୍ଣୁ ଭକ୍ତ ଥିଲେ; କିନ୍ତୁ ନିଜେ ହିରଣ୍ୟକଶିପୁ ହରିଙ୍କୁ ଶତ୍ରୁ ମନେ କରୁଥିଲେ।ନିଜପୁତ୍ରକୁ ବାରମ୍ବାର ନିବର୍ତ୍ତାଇଲେ ମଧ୍ୟ ସେ ବିଷ୍ଣୁ ଭକ୍ତିରୁ ବିରତ ହେଲେନାହିଁ। ତେଣୁ ତାଙ୍କୁ ହତ୍ୟା କରିବା ଦାୟିତ୍ବ ହିରଣ୍ୟକଶିପୁ ନିଜ ଭଗ୍ନୀ ହୋଲିକାକୁ ପ୍ରଦାନ କଲେ।ହୋଲିକା ବରପ୍ରାପ୍ତ ହୋଇଥିଲା ଯେ ତାର ଶରୀର ଅଗ୍ନିରେ ଦଗ୍ଧ ହେବନାହିଁ। ତେଣୁ ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କଲା।ବିଷ୍ଣୁଙ୍କ ଦୟାରୁ ପ୍ରହଲ୍ଲାଦଙ୍କର ଅଗ୍ନିରେ କିଛି କ୍ଷତି ହେଲାନାହିଁ ଏବଂ ହୋଲିକା ଅଗ୍ନିରେ ଦଗ୍ଧିଭୂତା ହୋଇ ଯାଇଥିଲା। ହିରଣ୍ୟକଶିପୁ ରାକ୍ଷସ ଉପରେ ବିଷ୍ଣୁଙ୍କର ବିଜୟ ଉପଲକ୍ଷେ ଏହି ଦିନଟିକୁ ‘ଆସୁରିଶକ୍ତି’ ଉପରେ ‘ଦେବଶକ୍ତି’ର ବିଜୟ ଭାବରେ ମଧ୍ୟ ପାଳନ କରାଯାଏ।

ଚର୍ଚ୍ଚରୀ ବିହାର

ଓଡ଼ିଶାର ପୁରପଲ୍ଲୀରେ ଏହି ଦୋଳପର୍ବକୁ ରାଧାକୃଷ୍ଣଙ୍କ ‘ବସନ୍ତ ରାସ ଉତ୍ସବ’ ଭାବରେ ମଧ୍ୟ ପାଳନ କରାଯାଏ। ଏହା ବ୍ରଜଭୂମିରେ ପାଳିତ ହେଉଥିବା ରାସୋତ୍ସବର ପ୍ରଭାବ ବ୍ୟତୀତ ଅନ୍ୟ କିଛି ନୁହେଁ। ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ଫଗୁ ଖେଳାଇ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ।ଠାକୁରମାନେ ପ୍ରତି ଗ୍ରାମବାସୀଙ୍କ ଦୁଆରେ ଭୋଗ ଲାଗି ହେବାପରେ ମନ୍ଦିରକୁ ଫେରିଯାଆନ୍ତି।ଆଗେ ଏହି ହୋଲି ପର୍ବକୁ ‘ଚର୍ଚ୍ଚରୀ’ ଓ ‘ଚର୍ଚ୍ଚରୀବିହାର’ ମଧ୍ୟ କୁହାଯାଉଥିଲା ।’ଚର୍ଚ୍ଚରୀ’ ଶବ୍ଦର ଆଭିଧାନିକ ଅର୍ଥ ‘ନାଟତାମସା ଓ ‘ଆମୋଦପ୍ରମୋଦ’।ଏହି ଚର୍ଚ୍ଚରୀ ଶବ୍ଦର ଅପଭ୍ରଂଶ ଶବ୍ଦ ହେଉଛି”ଚାଚେରୀ” ।
‘ରହସ୍ଯମଞ୍ଜରୀ’ କାବ୍ୟରେ କଵି ‘ଦେଵ ଦୁର୍ଲଭ ଦାସ’ ଉଭୟ ଚାଚେରୀ( ହୋଲି ଖେଳ) ଓ ଦୋଳ ପୂର୍ଣ୍ଣିମା କଥା ଉଲ୍ଲେଖ କରିଛନ୍ତି । ଯଥା……
“ଚାଚେରୀ ଗହଳ ସଖି ଗୋଵିନ୍ଦଙ୍କ ଦୋଳ”
ଏହି ଚାଚେରୀ ପର୍ବ କଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ବିଭିନ୍ନ ପ୍ରଦେଶରେ ଓ ବିଭିନ୍ନ ସମ୍ପ୍ରଦାୟରେ ହୋଲିପର୍ବ

ସମଗ୍ର ଦେଶରେ ଏହି ପର୍ବ ବିଭିନ୍ନ ନାମରେ ପାଳିତ ହୋଇ ଆସୁଅଛି। ମହାରାଷ୍ଟ୍ରରେ ଫାଲ୍’ଗୁନ ପୂର୍ଣ୍ଣିମା ଓ ରଙ୍ଗପଞ୍ଚମୀ ନାମରେ,ଉତ୍ତର ପ୍ରଦେଶରେ ‘ଲାଠମାର୍’ ନାମରେ, ପଞ୍ଜାବରେ ‘ହୋଲ୍ଲା ମୋହୋଲ୍ଲା’ ନାମରେ,ଗୋଆରେ ‘ସିଗମୋ’ ନାମରେ, କେରଳରେ ‘ମଞ୍ଜଲ୍ କୁଲି’ ନାମରେ ଗୁଜୁରାଟରେ ‘ଧୂଳେଟି’ ନାମରେ, ପଶ୍ଚିମବଙ୍ଗ ଓ ଓଡିଶାରେ ‘ଦୋଳଯାତ୍ରା’ ନାମରେ, ବିହାରରେ ‘ଫଗୁଆ’ ନାମରେ ଏବଂ ଟାମିଲନାଡୁ/କର୍ଣ୍ଣାଟକରେ ‘ମଦନୋତ୍ସବ’ ନାମରେ ହୋଲିପର୍ବ ପାଳନ କରାଯାଏ। ବିଦେଶରେ ରହିଥିବା ଲକ୍ଷ ଲକ୍ଷ ଭାରତୀୟ ମଧ୍ୟ ରଙ୍ଗର ଏହି ପର୍ବ ହର୍ଷୋଲ୍ଲାସ ସହିତ ପାଳନ କରିଥାଆନ୍ତି। ସେମାନଙ୍କ ସହିତ ସେମାନଙ୍କ ବିଦେଶୀ ବନ୍ଧୁମାନେ ମଧ୍ୟ ଆନନ୍ଦରେ ଯୋଗ ଦେଇଥାନ୍ତି।ଶ୍ରୀଲଙ୍କା, ନେପାଳ,ମରିସସ୍,ବାଙ୍ଗଲା ଦେଶ ଭଳି ଦେଶମାନଙ୍କରେ ଥିବା ହିନ୍ଦୁମାନେ ଏହି ପର୍ବ ପାଳନ କରିଥାନ୍ତି। ତେଣୁ ଭାଇଚାରାର ଏହି ପର୍ବ କେବଳ ଭାରତ ଭୂଖଣ୍ଡରେ ସୀମିତ ହୋଇ ରହିନାହିଁ; ଏହା ଏକ ବିଶ୍ବସ୍ତରୀୟ ପର୍ବରେ ପରିଣତ ହୋଇଛି।
ଦୋଳପର୍ବ ପାଳନ ଅବସରରେ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବହାର କରାଯାଏ। ସେହି ରଙ୍ଗ ଭିତରୁ ଅନେକ ରଙ୍ଗ ଶରୀରର ତ୍ବଚା ପାଇଁ କ୍ଷତିକାରକ।ଶରୀରକୁ କ୍ଷତି ପହୁଞ୍ଚାଉ ଥିବା ରଙ୍ଗ ଏହି ଉତ୍ସବ ପାଳନ ସମୟରେ ଆମେ ବ୍ୟବହାର କରିବା ଉଚିତ ନୁହେଁ। “ବନ୍ଧୁତା ର ପର୍ବ” ଶତ୍ରୁତାର ପର୍ବରେ ପରିଣତ ନହେବାପାଇଁ ଆମକୁ ଏହି ସଚେତନତାର ବାର୍ତ୍ତା ପାଳନ କରିବାକୁ ହେବ।

ଆଲେଖ୍ୟ – କୁଳମଣି ଷଡଙ୍ଗୀ
ସାଇ ବିହାର ପଟିଆ କଲେଜ୍ ରୋଡ଼,
ଭୁବନେଶ୍ଵର ୭୫୧୦୨୪
ମୋ: ୭୦୦୮୯୯୪୦୭୧

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- ‘ପ’ ଚମ୍ପୂ | 

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଭାରତୀୟ ଦର୍ଶନରେ ଦ୍ବୈତବାଦର ସ୍ୱରୂପ କ’ଣ ?

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ଶରଧାବାଲିରେ ଯାଗା ଦେଲେ ମହାପ୍ରଭୁ |

ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସହିତ କରନ୍ତି ଅଦୃଶ୍ୟ ଲୀଳା, ଭକ୍ତ ଓ ଭଗବାନଙ୍କ ଭାବକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ମହାପ୍ରଭୁଙ୍କ ମହିମା”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

କବି ଗଙ୍ଗାଧର ମେହେରଙ୍କ ‘କୀଚକ ବଧ’ – ୨ୟ ସର୍ଗ | ଭାଗ-୩

ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ମଣ୍ଡନ ମିଶ୍ର ଓ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ଶାସ୍ତ୍ରାର୍ଥ | 

ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।

ନାମ ମହିମା କ’ଣ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ଜଣା ଅଜଣା ଜଗନ୍ନାଥ”। ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।